ଜୁଲାଇ ୩୧ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ

ଭୁବନେଶ୍ୱର , (ମାନବାଧିକାର ମିଡିଆ) : ଆସନ୍ତା ଜୁଲାଇ ୩୧ ଯାଏଁ ଖୋଲିବନି ସ୍କୁଲ ଓ କଲେଜ । ଦେଶରେ କରୋନା ମହାମାରୀ ପାଇଁ ଏବେ ସ୍କୁଲ, କଲେଜ୍ ଛୁଟି ଅଛି। ତେବେ ଗତ ଦୁଇ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ଦୃଷ୍ଟିରେ ରଖି ସ୍କୁଲ କଲେଜ୍ ଆଦି ୩୧ ଯାଏଁ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଅନଲକ୍ -୧ ଘୋଷଣା ପରେ ରାଜ୍ୟ ପାଇଁ ନୂଆ ଗାଇଡଲାଇନ୍ ଆଣିଛନ୍ତି […]

Continue Reading

ସୁସ୍ଥ ହେଲେ ୧୧୯ କରୋନା ଆକ୍ରାନ୍ତ

ରାଜ୍ୟରେ ଆହୁରି ୧୧୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା୧୨୪୫ରେ ପହଁଚିଛି । ସୋମବାର ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଯାଜପୁରର ୬୦ ଜଣ ଥିବା ବେଳେ କଟକର ୧୩ ଜଣ ରହିଛନ୍ତି । ସେହିପରି କେନ୍ଦ୍ରାପଡାର ୧୨, ଗଜପତିର ୯, ନୟାଗଡର ୬, ସୁନ୍ଦରଗଡର ୫ ଜଣ ସୁସ୍ଥ ହୋଇଛନ୍ତି । ଆହୁରି ମଧ୍ୟ ପୁରୀ, ବାଲେଶ୍ୱର ଓ ଖୋର୍ଧାର ୩ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏତତ୍ […]

Continue Reading

ପଙ୍ଗପାଳ ମୁକାବିଲା ପାଇଁ ଏସ୍‌ଓପି ଜାରି

ଭୁବନେଶ୍ୱର , (ମାନବାଧିକାର ମିଡିଆ)  : ପଙ୍ଗପାଳ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ କୃଷି ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏମ ମୁଥ୍ୟୁ କୁମାର ଏ ନେଇ ସୂଚନା ପ୍ରଦାନ କରିଛନ୍ତି । ପଙ୍ଗପାଳ ମୁକାବିଲା ନେଇ କୃଷି ବିଭାଗ ଏସ୍‌ଓପି ଜାରି କରିଛି । ଜିଲ୍ଲା ଓ ବ୍ଲକର କୃଷି ଅଧିକାରୀ ମନିଟରିଂ କରିବା ପାଇଁ କୁହାଯାଇଛି। ଏହା ସହ ସର୍ଭେ କରିବେ […]

Continue Reading

ଅଙ୍ଗନବାଡ଼ି କର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ ଦେଲେ ସୁରେନ୍ଦ୍ର

ବ୍ରହ୍ମପୁର , (ମାନବାଧିକାର ମିଡିଆ ) :  କରୋନା ସଂକ୍ରମଣ ରୋକିବାରେ ଅଙ୍ଗନବାଡ଼ି କର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ଯୋଦ୍ଧା ଭଳି କାମ କରି ଜନ ସଚେତନତା ସୃଷ୍ଟି କରିବା ସହ ସଂକ୍ରମଣକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏହି ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ବ୍ରହ୍ମପୁର ମହାନଗର ନିଗମ ୩୧ ନମ୍ବର ୱାର୍ଡରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା । ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣାଙ୍କ ନେତୃତ୍ୱରେ କମାପଲ୍ଲୀ […]

Continue Reading

ରାଜ୍ୟର ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ୱର , (ମାନବାଧିକାର ମିଡିଆ) :  ରାଜ୍ୟର ଅଗ୍ନିଶମ ଡିଜି ଭାବେ  ଆଜି ଦାୟିତ୍ୱ ନେଇଛନ୍ତି ସତ୍ୟଜିତ ମହାନ୍ତି । ବର୍ତ୍ତମାନ ଗୁଇନ୍ଦା ବିଭାଗର ଡିଜି ରହିଥିବା ଆଇପିଏସ ସତ୍ୟଜିତ ମହାନ୍ତି ଅଗ୍ନିଶମ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ପୂର୍ବତନ ଅଗ୍ନିଶମ ଡିଜି ସୁନୀଲ ରଏଙ୍କ ଅବସର ପରେ ଗୃହ ବିଭାଗ ତରଫରୁ ୧୯୮୮ ବ୍ୟାଚ୍‌ ଆଇପିଏସ ଅଫିସର ସତ୍ୟଜିତ ମହାନ୍ତିଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହିତ ସେ ଆହୁରି ମଧ୍ୟ ହୋମଗାର୍ଡର କମାଣ୍ଡାଣ୍ଟ […]

Continue Reading