ସତର୍କତାରେ ରହିଲେ କରୋନା ସଂକ୍ରମଣ ହେବ ନାହିଁ : ଗଞ୍ଜାମ ଜିଲ୍ଲାପାଳ

Odisha

ଗଞ୍ଜାମ, (ମାନବାଧିକାର ମିଡିଆ) : ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାର ସମସ୍ତ ଉପଜିଲ୍ଲାପାଳ , ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତହସିଲଦାର , କାର୍ଯ୍ୟନିର୍ବାହୀ ଅଧିକାରୀ , ସମନ୍ୱୀତ ଶିଶୁ ବିକାଶ ଅଧିକାରୀ , ସ୍ୱାସ୍ଥ୍ୟ ଅଧିକାରୀ ଓ ସ୍ୱାସ୍ଥ୍ୟ ଚିକିତ୍ସକ ମାନଙ୍କୁ କୋଭିଡ ୧୯ ପରିଚାଳନାଗତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି ସତର୍କତା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ମାନଙ୍କରେ କୋଭିଡ ସମ୍ପର୍କିତ ପରିଚାଳକ ମନିଟର ରହିବେ । ସେମାନେ କାର୍ଯ୍ୟାଳୟରେ ମାସ୍କ ବ୍ୟବହାର , ସାମାଜିକ ଦୁରତ୍ୱ , କାର୍ଯ୍ୟାଳୟ ପରିବେଶ ସ୍ୱଚ୍ଛ ଓ ସାନିଟାଇଜେସନ କାର୍ଯ୍ୟ କରିବା ଦିଗରେ ତାଙ୍କର ମହତ୍ୱପୁର୍ଣ୍ଣ ଭୁମିକା ରହିବ । କ୍ୱାରେଣ୍ଟାଇନ ସେଣ୍ଟରରେ ନିୟମିତ ଖାଦ୍ୟ ଉପଲବ୍ଧ , ଡାକ୍ତରଙ୍କ ଉପସ୍ଥିତି , ସାମାଜିକ ଦୂରତ୍ୱ ରକ୍ଷା , ପରିବେଶ ସ୍ୱଚ୍ଛ ଓ ସାନିଟାଇଜେସନ ଇତ୍ୟାଦି ଦିଗରେ କଡା ନଜର ରଖି ପରାମର୍ଶ ଦେଇଥିଲେ ।

ରିପୋର୍ଟ : ସତ୍ୟ ଚେତନ ପରିଡା