ଓପେନ ଅନଲାଇନ ଇଣ୍ଡରନ୍ୟାସନାଲ ତାଇକୋଣ୍ଡା ଚାମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ପାଇଲେ ଅରମାନ ପାଢୀ

Odisha

ବ୍ରହ୍ମପୁର , (ମାନବାଧିକାର ମିଡିଆ) : ତାଇକୋଣ୍ଡୋ ଇଉରୋପ ପକ୍ଷରୁ ନୋ ଓପେନ ଅନଲାଇନ ଇଣ୍ଡରନ୍ୟାସନାଲ ତାଇକୋଣ୍ଡା କଲୋରା ବେଲ୍ଟୋ ପୋମିସ ଚାମ୍ପିଆନସିପ ପ୍ରତିଯୋଗିତା ଗତ ଜୁନ ୨୦ ରୁ ୨୮ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା । ଏଥିରେ ୩୦ରୁ ଅଧିକ ଦେଶରେ ୩୪୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଓଡିଶା ତଥା ଭାରତ ତରଫରୁ ବ୍ରହ୍ମପୁର ଜାଗୁଆର ଆକାଡେମୀ ଅଫ ମାର୍ଟିଆଲ ଆର୍ଟସ ଓ ସେଲଫ ଡିଫେନ୍ସର ୪ ଜଣ ପ୍ରତିଯୋଗୀ ମୁଖ୍ୟ କୋଚ ଶ୍ରୀ ଅମ୍ବିକା ପସାଦ ଦାଶଙ୍କ ତତ୍ୱାବଧାନରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ତେବେ ଜୁନ ୨୧ରେ ଓଡିଶାର ୩ ଜଣ ପ୍ରତିଯୋଗୀ ସୌମ୍ୟା ପ୍ରତାପ ନାୟକ , ଅରମାନ ପାଢୀ , ପ୍ରିୟଙ୍କା ପଟ୍ଟନାୟକ ସେମିଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ଜୁନ ୨୭ରେ ପ୍ରିୟଙ୍କା ପଟ୍ଟନାୟକ ଏବଂ ଅରମାନ ପାଢୀ ଫାଇନାଲ ରାଉଣ୍ଡରେ ଯୋଗ୍ୟତା ପାଇଥିଲେ । ପ୍ରତ୍ୟେକ ଗ୍ରୁପର ୮ଜଣ ପ୍ରତିଯୋଗୀ ଫାଇନାଲ ରାଉଣ୍ଡକୁ ବଛାଯାଇଥିଲା । ତେବେ ଶ୍ରୀ ଅରମାନ ପାଢୀ ଦେଶର ଏକମାତ୍ର ପ୍ରତିଯୋଗୀ ଭାବରେ ତାଙ୍କ ଗ୍ରୁପରେ ପ୍ରଥମ ହୋଇ ରାଜ୍ୟ ତଥା ଦେଶପାଇଁ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଅରମାନ ପାଢୀ ବ୍ରହ୍ମପୁର ନିବାସୀ ଶ୍ରୀ ଚନ୍ଦନ ପାଢୀ ଓ ଶ୍ରୀମତି ଅଳକା ରାଣୀ ପାଢୀଙ୍କ ପୁତ୍ର ଅଟନ୍ତି ।

ରିପୋର୍ଟ : ସତ୍ୟ ଚେତନ ପରିଡା