ବଡ ବଜାରର ବଡ଼ ଗୁମର କଥା… ସଟ୍ ଡ଼ାଉନ୍ ସମୟରେ ଧରା ପଡିଗଲେ ଗଞ୍ଜେଇ ବେପାରୀ

Odisha

ବ୍ରହ୍ମପୁର, (ମାନବାଧିକାର ମିଡିଆ) : ବ୍ରହ୍ମପୁର ବଡ ବଜାରର ବଡ଼ ଗୁମର କଥା । ବଡ ବଜାରରେ କିଛି ଦିନ ହେଲା ବହୁ ସଂଖ୍ୟାରେ ଦିନକୁ ଦିନ ବିପୁଳ ପରିମାଣରେ ମାଦକ ଦ୍ରବ୍ୟକୁ ଜବତ କରୁଛି ଅବକାରୀ ବିଭାଗ, ପୋଲିସ ବିଭାଗ ଏବଂ ଜିଲ୍ଲା ପ୍ରଶାସନ । ତେବେ ଆଜି ଦୁଇ ପହରେ ବଡ ବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହି ରେ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏକ ଘରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରାଯାଇଛି । ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ଓ ଅତିରିକ୍ତ ଉପ ଜିଲ୍ଲାପାଳ ଶାଶ୍ୱତ ଦାସଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ କାଳୁପାତ୍ର ସାହିର ବାପ ସାହୁଙ୍କ ଘରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଛନ୍ତି । ତେବେ ଏଭଳି ବହୁ ଦିନ ଧାରୀ ବେଆଇନ ଭାବେ ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳରେ ବାବୁ ସାହୁ ଗଞ୍ଜେଇ କାରବାର କରୁଥିବା ଜଣା ପଡ଼ିଛି । ଏହି ସମସ୍ତ ଗଞ୍ଜେଇକୁ ସିଗାରେଟ ଭିତରେ ଭର୍ତ୍ତି କରି ସହରର ସମସ୍ତ ଗଳି କନ୍ଦି ଗୁଡିକରେ ବିକ୍ରି କରୁଥିବାର ଅଭିଯୁକ୍ତ ସ୍ୱୀକାର କରିଛନ୍ତି । ସଟ୍ ଡ଼ାଉନ୍ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ବଡ ବଜାର ଅଞ୍ଚଳରେ ଏମିତି ବହୁ ମାଦକ ଦ୍ରବ୍ୟ, ଗୁଟୁଖା ଭଳି ଅନେକ ପଦାର୍ଥ ଅବକାରୀ ବିଭାଗ, ପୋଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜବତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଗଞ୍ଜେଇର ଆକଳନ କରାଯାଇ ନଥିବାବେଳେ ଅଭିଯୁକ୍ତକୁ ଅଟକ ରଖାଯାଇଥିବା କୁହାଯାଇଛି ।

ରିପୋର୍ଟ : ସତ୍ୟ ଚେତନ ପରିଡା