ରାଜ୍ୟରେ ସୁସ୍ଥ ହେଲେ ଆଉ ୯୯ ଜଣ କରୋନା ଆକ୍ରାନ୍ତ

Odisha

ଭୁବନେଶ୍ୱର , (ମାନବାଧିକାର ମିଡିଆ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ଆଶ୍ବସ୍ତି ଖବର ଆସିଛି। ୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡିଛି। ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ବର ଜିଲ୍ଲାରୁ ସର୍ବାଧିକ ୩୪ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୧୫ଜଣ, କେନ୍ଦ୍ରପଡ଼ା ଓ ଯାଜପୁର ଜିଲ୍ଲାରୁ ୧୩ଜଣ ଲୋଖାଏଁ ଆକ୍ରାନ୍ତ ଏବଂ ପୁରୀ ୧୦, ଭଦ୍ରକ ୯, ନୟାଗଡ଼ ୩ ଓ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରୁ ଜଣେ ଲୋଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟ୍ବିଟ୍‌ରେ ସୂଚନା ପ୍ରଦାନ କରାଯାଇଛି। ଫଳରେ ରାଜ୍ୟରେ ୬୪୯ ଜଣ ସୁସ୍ଥ ହୋଇଛନ୍ତି।