ସଙ୍ଗରୋଧ କେନ୍ଦ୍ରରୁ ଘରକୁ ଫେରିଲେ 197 ପ୍ରବାସୀ ଓଡ଼ିଆ

Odisha

ସଙ୍ଗରୋଧ କେନ୍ଦ୍ରରେ 21 ଦିନ ରହିବା ପରେ ଘରକୁ ଫେରିଚନ୍ତି ବାଲିପଡ଼ା,ଟିକରପଡା ଓ ଆଙ୍କୁଶପୁର ସଙ୍ଗରୋଧ କେନ୍ଦ୍ରରେ ଥିବା 197 ଜଣ ପ୍ରବାସୀ ଓଡ଼ିଆ ।  ସରକାରୀ ବିଦ୍ୟାଳୟରେ ସଙ୍ଗରୋଧରେ ରହିବା ପରେ କୁକୁଡାଖଣ୍ଡି ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଗଦାଧର ପାତ୍ର,ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର, ଅତିରିକ୍ତ ତହସିଲଦାର ଆମ୍ବିତ ମହାନ୍ତିଙ୍କ ସହ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ସ୍ଥାନୀୟ ଜନପ୍ରତିନିଧି ମାନେ ଶୃଙ୍ଖଳାର ସହିତ ଦୀର୍ଘଦିନ ଧରି ପ୍ରଶାସନକୁ ସହଯୋଗ କରିଥିବାରୁ ପୁଷ୍ପ ପକାଇ ଧନ୍ୟବାଦ ଅର୍ପଣ କରିଥିଲେ I ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାମ୍ୟକ ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଥିଲା । ପ୍ରଶାସନ ପକ୍ଷରୁ ବସ ଯୋଗେ ପ୍ରବାସୀ ମାନଙ୍କୁ ନିଜନିଜ ଘରକୁ ପଠାଇଥିଲା ପ୍ରଶାସନ । ଆଗାମୀ 7 ଦିନ ଧରି ସେମାନେ ସରକାର ନିୟମ ମାନି ଘରେ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିବା ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।