ଶିକାରୀ ଫାଶରେ ଭାଲୁ

Odisha

କୁକୁଡ଼ାଖଣ୍ଡି , (ମାନବାଧିକାର ମିଡିଆ) : ଶୁକ୍ରବାର ବ୍ରହ୍ମପୁର ବନଖଣ୍ଡ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ଅନନ୍ତାଇ ଗ୍ରାମ ପଛ ପାହାଡ ଗତ କାଲି ଗୁରୁବାର ଠାରୁ ଶିକାରୀର ଫାସ ରେ ଏକ ଭାଲୁ ପଡିଯାଇଥଲା l ଗ୍ରାମବାସୀ ମାନେ ଭାଲୁ ର ଉଦ୍ଧାର ନିମନ୍ତେ ବନବିଭାଗ ସହ ଯୋଗା ଯୋଗ କରିଥିଲେ । ବ୍ରହ୍ମପୁର ରେଞ୍ଜର ରାଜା ରାଓ ସୁବୁଦ୍ଧି ଙ୍କ ନିର୍ଦ୍ଧେଶ କ୍ରମେ ଆଜି ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଞ୍ଚି ଭାଲୁ କୁ ସୁରକ୍ଷିତ ଭାବେ ଫାଶ ରୁ ଉଦ୍ଧାର କରାଯାଇ ଜଙ୍ଗଲ ରେ ଛଡାଯାଇଛି । ଏହି ଉଦ୍ଧାର କାର୍ଯ୍ୟ ରେ ଫରେଷ୍ଟର ରାଜୀବ ଲୋଚନ ପାତ୍ର, ପାରା କର୍ମଚାରୀ ଦେବାଶିଷ ତ୍ରିପାଠୀ, ଶ୍ରୀକାନ୍ତ ପଢ଼ିଆରୀ, ସୁନୀଲ ଦାସ, ଆଞ୍ଚଳିକ ବିକାଶ ପରିଷଦ ର ସଭାପତି ସାଗର କୁମାର ପାତ୍ର, ବିଜେନ୍ଦ୍ର ମାଝୀ, ସଞ୍ଜୟ ପାତ୍ର ଓ ବନା ଗୌଡ଼, କନ୍ଧ ଗୌଡ଼, ସଞ୍ଜୟ ଗୌଡ଼ ଆଦି ଗ୍ରାମବାସି ସହାୟତା କରିଥିଲେ ।

ରିପୋର୍ଟ : ଉମାଶଙ୍କରପାଣିଗ୍ରାହୀ