ଜୁନ ପହିଲାରୁ ଚାଲିବ ୨୦୦ ନନ-ଏସି ଟ୍ରେନ

Uncategorized

ନୂଆଦିଲ୍ଲୀ , (ମାନବାଧିକାର ମିଡିଆ) : ରେଳଯାତ୍ରୀଙ୍କ ପାଇଁ ବଡ ଖବର । ଜୁନ ପହିଲାରୁ ଚାଲିବ ଟ୍ରେନ । ୨୦୦ ନନ-ଏସି ଟ୍ରେନ ପ୍ରତିଦିନ ଚାଲିବ । ଟ୍ୱିଟ କରି ସୂଚନା ଦେଲେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ତେବେ ଖୁବ ଶୀଘ୍ର ବୁକିଂ ହେବ ଅନଲାଇନ ଟିକେଟ । ସବୁ ବର୍ଗର ଲୋକଙ୍କୁ ଏହି ଟିକେଟ ମିଳିବ । ଟିକେଟ ପାଇଁ ବୁକିଂ ଜଲଦି ହେବ । ତେବେ କେଉଁ ଟାଇମ ଟେବୁଲରେ ଚାଲିବ ତାହା ପରେ ସ୍ପଷ୍ଟ କରାଯାଇନି । ତେବେ ଶ୍ରମିକଙ୍କୁ ମୁଖ୍ୟ ଷ୍ଟେସନରେ ଛାଡିବାକୁ ରେଳମନ୍ତ୍ରୀଙ୍କ ଅନୁରୋଧ । ରାସ୍ତାରେ ଚାଲୁଥିବା ଶ୍ରମିକଙ୍କୁ ରାଜ୍ୟ ସରକାର ଷ୍ଟେସନରେ ଛାଡିବେ । ସେମାନଙ୍କ ନାମ ପଞ୍ଜୀକରଣ କରି କେନ୍ଦ୍ରକୁ ପଠାଇବେ । ଯାହା ଦ୍ୱାରା ସେମାନଙ୍କୁ ସେମାନଙ୍କ ଘରେ ପହଞ୍ଚାଇବାରେ ସୁବିଧା ହେବ ବୋଲି ରେଳ ମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ଶ୍ରମିକ ସହ ଲୋକଙ୍କ ସୁବିଧା ପାଇଁ ଆହୁରି କିଛି ଟ୍ରେନ ଚାଲିପାରେ ବୋଲି ସଂକେତ ଦେଇଛନ୍ତି ପୀୟୁଷ ।